logo

ଦିନିକିଆ ଗଂଜାମ ଜିଲ୍ଲା ଗସ୍ତରେ କେନ୍ଦ୍ର ମତ୍ସ୍ଯ ସଂପଦ,ପଶୁ ଓ ଗୋପାଳନ ମନ୍ତ୍ରୀ ପରସ୍ତମ ରୂପାଲ ।

କେନ୍ଦ୍ର ସରକାରଙ୍କ ମତ୍ସ୍ଯ, ପଶୁ ସଂପଦ ଓ ଗୋପାଳନ ମନ୍ତ୍ରୀ ପରସ୍ତମ ରୂପାଲ ସାଗର ପରିକ୍ରମା ର ପର୍ଯ୍ୟାୟ-୧୧ରେ ଗଂଜାମ ଜିଲ୍ଲାର ଆର୍ଯୀପଲ୍ଲୀ ଗସ୍ତ କରିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ରୂପାଲ ପାଣି ଯାହାଜ ଯୋଗେ ଗୋପାଳପୁର ବନ୍ଦରରେ ପହଂଚି ନିକଟସ୍ଥ ମତ୍ସ୍ୟଜୀବି ରହୁଥିବା ଆର୍ଯୀପଲ୍ଲୀ ଗ୍ରାମରେ ଥିବା ଜେଟି ରେ ପହଂଞ୍ଚିଥିଲେ । ଗୁଜୁରାଟର ଉପକୂଳବର୍ତ୍ତୀ ଅଂଚଳ ଠାରୁ ଆରମ୍ଭ କରି ସମସ୍ତ ରାଜ୍ୟ ର ଉପକୂଳବର୍ତ୍ତୀ ଅଂଚଳରେ ରହୁଥିବା ମତ୍ସ୍ୟଜୀବି ଙ୍କୁ କେନ୍ଦ୍ର ସରକାରଙ୍କ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରିଥିଲେ । ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରାଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ କରି କୃତକାର୍ଯ୍ଯ ହୋଇଥିବା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ପରସ୍ତମ ରୂପାଲ । ଏହା ସହିତ କିଛି ହିତାଧିକାରୀଙ୍କୁ କିଶାନ କାର୍ଡ ପ୍ରଦାନ କରିବା ସହିତ ଅନ୍ୟ ହିତାଧିକାରୀଙ୍କୁ ସେମାନଙ୍କ। ସବସିଡି ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ମତ୍ସ୍ଯ ସଂପଦ ,ପଶୁସଂପଦ ବିଭାଗର ଅଧିକାରୀ ଯୋଗଦେଇଥିଲେ ।

21
1285 views